କୋଲକତା ଏୟାରପୋର୍ଟରେ ଦୁଇ ଯାତ୍ରୀଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ

0
Advertisement


କୋଲକତା : କୋଲକତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ଥର୍ମାଲ ସ୍କ୍ରିନିଂ ବେଳେ ଦୁଇଜଣ ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି । ସେମାନେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରୁ ଭାରତ ଆସିଥିଲେ । ଏ ସଂପର୍କରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଥିବା ଦୁଇଜଣ ବ୍ୟକ୍ତି ହେଲେ ହିମାଦ୍ରି ବର୍ମନ ଓ ନଗେନ୍ଦ୍ର ସିଂ । ହିମାଦ୍ରିଙ୍କଠାରେ ମଙ୍ଗଳବାର ଓ ନଗେନ୍ଦ୍ରଙ୍କଠାରେ ବୁଧବାରଦିନ କରୋନା ଭାଇରସ ଚିହ୍ନଟ ହୋଇଛି । ସେମାନଙ୍କୁ ବେଲିଆଘାଟ ଏୟାରପୋର୍ଟକୁ ପଠାଇଦିଆଯାଇଛି ବୋଲି ଏୟାରପୋର୍ଟର ନିର୍ଦ୍ଦେଶକ କୌଶିକ ଭଟ୍ଟାଚାର୍ଯ୍ୟ କହିଛନ୍ତି । ଏହି ଦୁଇଜଣଙ୍କୁ ମିଶାଇ କୋଲକତାରେ ମୋଟ ୩ ଜଣଙ୍କ ଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛି । ପୂର୍ବରୁ ଅନୀତା ଓରାଁ ନାମକ ମହିଳାଙ୍କଠାରେ କରୋନା ଭାଇରସ ଚିହ୍ନଟ ହୋଇଥିଲା ।

ଅନ୍ୟପକ୍ଷରେ କରୋନା ଭାଇରସ ବ୍ୟାପିବା ଭୟରେ କୋଲକତାରୁ ଚୀନ ଚାଲୁଥିବା ଦୁଇଟି ପ୍ରତ୍ୟକ୍ଷ ଫ୍ଲାଇଟକୁ ବାତିଲ କରିଦିଆଯାଇଛି । ତେବେ ବ୍ୟାଙ୍କକ୍‌, ହଂକଂ ଓ ସିଂଗାପୁରରୁ ଆସୁଥିବା ଫ୍ଲାଇଟ୍‌ଗୁଡ଼ିକର ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଉଛି ।

ସୂଚନାଯୋଗ୍ୟ ଯେ ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ଚୀନ ସମେତ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି । କେବଳ ଚୀନରେ ଏହି ଭାଇରସରେ ସଂକ୍ରମିତ ହୋଇ ୧୩୫୦ରୁ ଅଧିକ ଲୋକ ପ୍ରାଣ ହରେଇସାରିଲେଣି । ଏବେ ପ୍ରାୟ ୨୬ ଟି ଦେଶକୁ ଏହା ବ୍ୟାପିସାରିଲାଣି ବୋଲି ଜଣାଯାଇଛି । ଉହାନରେ ଥିବା ଏକ ପଶୁମାଂସ ବଜାରରେ ଏହି ଭୁତାଣୁ ମନୁଷ୍ୟ ଶରୀରକୁ ଆସିଥିବା ସଂଦେହ କରାଯାଉଛି ।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here