ଅହମ୍ମଦାବାଦ: ଗତ କାଲି ବିଳମ୍ବିତ ରାତିରେ ଗୁଜୁରାଟର ଭରୁଚରେ ଥିବା ୟୁପିଏଲ-୫ କେମିକାଲ କାରଖାନାରେ ଏକ ବଡ ଦୁର୍ଘଟଣା ଘଟିଯାଇଛି। ବିସ୍ଫୋରଣ ଯୋଗୁଁ ପ୍ଲାଣ୍ଟରେ କାମ କରୁଥିବା ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ ମଙ୍ଗଳବାର ଭୋର ୨ଟା ବେଳେ ଭରୁଚର ଝଗଡ଼ିଆରେ ଥିବା ଏହି କାରଖାନାରେ ବିସ୍ଫୋରଣ ହୋଇଥିଲା ।
ଘଟଣାସ୍ଥଳରେ ବର୍ତ୍ତମାନ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଶବ୍ଦ ଶୁଣିବାକୁ ମିଳିଥିଲା ।
ଗୁରୁତର ଆହତ ହୋଇଥିବା ୨୪ କର୍ମଚାରୀଙ୍କୁ ଭରୁଚ ଓ ବଡୋଦରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବିସ୍ଫୋରଣର କାରଣ ଜଣାପଡ଼ିନଥିଲେ ବି ରାସାୟନିକ ପ୍ରତିକ୍ରିୟା ଯୋଗୁଁ ନିଆଁ ଲାଗିଯାଇଥିବାର ସନ୍ଦେହ କରାଯାଉଛି।
The post କେମିକାଲ କାରଖାନାରେ ବିସ୍ଫୋରଣ, ୨୪ ଗୁରୁତର appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2021/02/23/chemical-plant-blast-at-gujarat/

