କେଉଁ କାରଣ ପାଇଁ କରିସ୍ମାଙ୍କୁ ଛାଡି ଅଭିଷେକ ବଚ୍ଛନ ହଟାତ ଐଶ୍ୱର୍ଯ୍ୟଙ୍କୁ ବାହା ହେଇଯାଇଥିଲେ, ଅନେକ ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟତା

0
Advertisement


ଅଭିଷେକ ବଚ୍ଛନ ଓ ଐଶ୍ୱର୍ଯ୍ୟ ରାୟ ବଚ୍ଛନ ବଲିଉଡ ର ଆଦର୍ଶ ଦମ୍ପତି ରୂପେ ପରିଚିତ ଅଟନ୍ତି I ଆଜିକା ସମୟ ରେ ତାଙ୍କ ବିବାହ କୁ ଏତେ ବର୍ଷ ହେଇଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟ ରେ ଅତୁଟ ପ୍ରେମ ସମ୍ବନ୍ଧ ରହିଛି I ଗୋଟେ ପଟେ ଐଶ୍ୱର୍ଯ୍ୟ ଅଭିଷେକ ଙ୍କୁ ପ୍ରେମ କରୁଛନ୍ତି ତ ଅନ୍ୟପଟେ ଅଭିଷେକ ମଧ୍ୟ ନିଜ ର ଦାଇତ୍ୱ ସମ୍ପୂର୍ଣ ପୁରା କରୁଛନ୍ତି I କିନ୍ତୁ ଐଶ୍ୱର୍ଯ୍ୟ ଙ୍କୁ ବିବାହ ପୂର୍ବ ରୁ ଅଭିଷେକ ଙ୍କ ର ଜୀବନ ରେ ଆଉ ଜଣେ ଅଭିନେତ୍ରୀ ଙ୍କର ଆଗମନ ହେଇଥିଲା I ଐଶ୍ୱର୍ଯ୍ୟ ଙ୍କ ସହ ବିବାହ ପୂର୍ବ ରୁ ଅଭିଷେକ ବଚନ ଙ୍କ ଜୀବନ ରେ କରିସ୍ମା କାପୁର ଆସିଥିଲେ I କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ରହି ନ ଥିଲା I

ଫିଲ୍ମ ହଁ ମେନେ ଭି ପ୍ୟାର କିୟା ହେ , ର ସୁଟିଂ ସମୟ ରେ କରିସ୍ମା କପୁର ଓ ଅଭିଷେକ ବଚନ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା I 2002 ମସିହା ରେ ଅଭିଷେକ ଓ କରିସ୍ମା ଙ୍କ ର ନିର୍ବନ୍ଧ ମଧ୍ୟ ହେଇଥିଲା I କିନ୍ତୁ କରିସ୍ମା କିଛି ଏପରି କହିଥିଲେ ଯାହା କି ଅଭିଷେକ ଙ୍କୁ ପସନ୍ଦ ଆସି ନ ଥିଲା I କରିସ୍ମା ତାଙ୍କ ବିବାହ ପରେ ଏକାକୀ ଅଭିଷେକ ଙ୍କ ସହ ଅନ୍ୟତ୍ର ରହିବା କୁ ଚାହୁଁଥିଲେ I

ଅଭିଷେକ ଙ୍କୁ ଦାବି କରିଥିଲେ
କରିସ୍ମା , ଅଭିଷେକ ଙ୍କୁ ଏହା କହିଥିଲେ କି ସେ ବିବାହ ପରେ ଅନ୍ୟତ୍ର ଘରେ ତାଙ୍କ ସହ ଏକାକୀ ରହିବା କୁ ଇଚ୍ଛା କରିଥିଲେ I କିନ୍ତୁ ଅଭିଷେକ ନିଜ ପିତାମାତା ଙ୍କୁ ଛାଡି ଏପରି ରହିବା ପସନ୍ଦ କରି ନ ଥିଲେ I ଏବଂ ଅଭିଷେକ ଙ୍କୁ ଏପରି କଥା ଠିକ ଲାଗି ନ ଥିଲା I ତେଣୁ ଏହି ସମ୍ପର୍କ ସେ ଭାଙ୍ଗି ଦେଇଥିଲେ I

ବବିତା ଙ୍କୁ ପସନ୍ଦ ନ ଥିଲା ସମ୍ପର୍କ
କରିସ୍ମା ଙ୍କ ର ମା ବିବିତା ଙ୍କୁ ମଧ୍ୟ ଏହି ସମ୍ପର୍କ ପସନ୍ଦ ନ ଥିଲା I ସେ ସମୟ ରେ କରିସ୍ମା ନିଜ କ୍ୟାରିୟର ରେ ସଫଳତା ର ଶୀର୍ଷ ରେ ରହିଥିଲେ I ଏବଂ ଅଭିଷେକ ଙ୍କ ର କ୍ୟାରିୟର ବଲିଉଡ ରେ ଆରମ୍ଭ ହେଉଥିଲା I ସେ ସମୟ ରେ ରିଫାୟୁଜି ପରି ଫ୍ଲପ ଫିଲ୍ମ ରେ ମଧ୍ୟ ଅଭିଷେକ ଅଭିନୟ କରିଥିଲେ I ତେଣୁ ବବିତା ଙ୍କ ର ଏହି ଡର ଥିଲା କି ଅଭିଷେକ ଙ୍କ ର ଫିଲ୍ମ କ୍ୟାରିୟର ରେ କୌଣସି ସଫଳତା ନାହିଁ I ଏହିପରି କାରଣ କୁ ନେଇ ଏହି ସମ୍ପର୍କ ଅଧୁରା ରହିଥିଲା I

ଜୟା ଙ୍କୁ ପସନ୍ଦ ଥିଲା ଐଶ୍ୱର୍ଯ୍ୟ
ଏହି ସମ୍ପର୍କ ଭାଙ୍ଗି ଯିବା ପରେ ଐଶ୍ୱର୍ଯ୍ୟ ଙ୍କ ସହ ଅଭିଷେକ ଙ୍କ ର ସାକ୍ଷ୍ୟାତ ହେଇଥିଲା I ଉଭୟ ଙ୍କ ର ସାକ୍ଷ୍ୟାତ 2000 ମସିହା ରେ ହେଇଥିଲା I ଫିଲ୍ମ ଗୁରୁ ର ସୁଟିଂ ସେଟ ରେ ଅଭିଷେକ ଐଶ୍ୱର୍ଯ୍ୟ ଙ୍କୁ ପ୍ରପୋଜ କରିଥିଲେ I ଏହା ପରେ 2007 ରେ ଦୁହିଁଙ୍କ ର ବିବାହ ହେଇଥିଲା I ଏପରି କି ଅଭିଷେକ ଙ୍କ ର ମା ଜୟା ଙ୍କୁ ମଧ୍ୟ ଐଶ୍ୱର୍ଯ୍ୟ ବେଶ ଅଧିକ ପସନ୍ଦ ଥିଲେ I ଏହି କାରଣ ରୁ ଅଭିଷେକ ଓ ଐଶ୍ୱର୍ଯ୍ୟ ଙ୍କ ର ବିବାହ ହେଇଥିଲା I

The post କେଉଁ କାରଣ ପାଇଁ କରିସ୍ମାଙ୍କୁ ଛାଡି ଅଭିଷେକ ବଚ୍ଛନ ହଟାତ ଐଶ୍ୱର୍ଯ୍ୟଙ୍କୁ ବାହା ହେଇଯାଇଥିଲେ, ଅନେକ ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟତା appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here