କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନକୁ ସହାୟତା କରିବାକୁ ପ୍ରସ୍ତୁତ : ଟ୍ରମ୍ପ

0
Advertisement


ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣ ଦୃଢମନା ବ୍ୟକ୍ତି, ସେ ଆତଙ୍କବାଦକୁ ଭଲଭାବରେ ଦମନ କରିବେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ନିଜର ଭାରତ ଗସ୍ତର ୨ୟ ଦିନରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କଶ୍ମୀର ସମସ୍ୟା ଭାରତ ଓ ପାକିସ୍ତାନ ମଧ୍ୟରେ ଏକ କଣ୍ଟା ସଦୃଶ । ଏହି ସମସ୍ୟାର କାରଣ ସଂପର୍କରେ ଉଭୟ ଦେଶରେ ଅଲଗା ଅଲଗା କଥା କୁହାଯାଉଛି । ତେବେ ଉଭୟ ଭାରତ ଓ ପାକିସ୍ତାନ ସହ ଆମେରିକାର ଭଲ ସମ୍ପର୍କ ରହିଛି । ଉଭୟ ଦେଶ ଚାହିଁଲେ ଆମେରିକା ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବ ।
ତେବେ ଭାରତର ନାଗରିକତା ଆଇନ ସଂପର୍କରେ ସେ କହିଛନ୍ତି ଯେ ଏ ସଂପର୍କରେ କିଛି ମନ୍ତବ୍ୟ ଦେବେ ନାହିଁ । କିନ୍ତୁ ସେ ଭାବୁଛନ୍ତି ଯେ ଭାରତ ସରକାର ଯାହା କରୁଛନ୍ତି ଭାବିଚିନ୍ତି କରୁଛନ୍ତି । ସେ କହିଛନ୍ତି ମୋଦୀ ଭାରତରେ ଧର୍ମୀୟ ସ୍ୱାଧୀନତା ଦିଗରେ କାର୍ଯ୍ୟକରୁଛନ୍ତି । ଭାରତରେ ପ୍ରାୟ ୨୦ କୋଟି ମୁସଲିମ ଅଛନ୍ତି ଓ ସେମାନଙ୍କ ଉନ୍ନତି ପାଇଁ ସରକାର କାର୍ଯ୍ୟକରୁଛନ୍ତି । ଦିଲ୍ଲୀରେ ହୋଇଥିବା ହିଂସା ସଂପର୍କରେ ସେ କହିଛନ୍ତି ଯେ ଏ ସଂପର୍କରେ ସେ ଶୁଣିଛନ୍ତି, କିନ୍ତୁ ଏହା ଭାରତର ଅନ୍ତରୀଣ ମାମଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ୫୦-୧୦୦ ବର୍ଷ ପର୍ଯ୍ୟନ୍ତ ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି ହୋଇ ରହିବ ।
ଅନ୍ୟପକ୍ଷରେ ସେ କହିଛନ୍ତି ଭାରତ ଆମେରିକୀୟ ସାମଗ୍ରୀ ଉପରେ ଅତ୍ୟଧିକ କର ବସାଉଛି । ତେବେ ଏହି ସମସ୍ୟାର ସମାଧାନ ବାହାର କରାଯିବ ।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here