
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶୁକ୍ରବାର କରୋନା ଭୂତାଣୁ(ଭାଇରସ୍)କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି, କରୋନା ଭୂତାଣୁ(ଭାଇରସ୍) ବର୍ତ୍ତମାନ ସମଗ୍ର ବିଶ୍ବପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଯୁଗ ଯୁଗ ଧରି ବିଶ୍ବ ସାମ୍ନାରେ ଏପରି ଅନେକ ଚ୍ୟାଲେଞ୍ଜ ଆସିଥାଏ। ଯେଉଁମାନେ ଆମର ଶକ୍ତି ପରୀକ୍ଷା କରିଥାନ୍ତି। ତେଣୁ କରୋନାକୁ ନେଇ ଭୟଭିତ ନ ହୋଇ ଏହାକୁ ସାମ୍ନା କରିବା ଆବଶ୍ୟକ।
ଉଲ୍ଲେଖ ଯୋଗ୍ୟ, ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ(ଭାଇରସ୍) ବର୍ତ୍ତମାନ ଭାରତ ସମେତ ସମଗ୍ର ବିଶ୍ବର ୮୫ ଟି ଦେଶରେ ତାର କାୟା ବିସ୍ତାର କରିସାରିଛି । କରୋନା ଭୂତାଣୁ(ଭାଇରସ୍)ର ପ୍ରଭାବରେ ଏପର୍ଯ୍ୟନ୍ତ ୩ ହଜାର ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୯୦ ହଜାରରୁ ଅଧିକ ଲୋକ ସଂକ୍ରମିତ ଥିବା ଜଣାପଡିଛି। କରୋନା ଭାଇରସ ଭାରତରେ କୋକୁଆ ଭୟ ସୃଷ୍ଟି କରିଛି। ଦିଲ୍ଲୀରେ ଶୁକ୍ରବାର ଆଉ ଜଣେ କରୋନା ପଜିଟିଭ ମିଳିବା ପରେ ଏବେ ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ଏଥିରୁ ଦୂରେଇ ରହିବାକୁ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଏହା ପୁଣି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।
Prime Minister Narendra Modi in Delhi: Every era brings new challenges to test and strengthen our ‘Collaborate to Create’ spirit. Just as today, #COVID2019 is a big challenge in front of the world. pic.twitter.com/usLSzXVhqv
— ANI (@ANI) March 6, 2020

