ବନ୍ଧୁଗଣ, ଆଜି ସମଗ୍ର ବିଶ୍ୱ କରୋନା ମହାମାରୀର ପ୍ରକୋପ ଭୋଗୁଛି , ଏହି ମହାମାରୀ ବର୍ତ୍ତମାନ ସୁଦ୍ଧା 17 ଲକ୍ଷରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିସାରିଲାଣି ଏବଂ 1 ଲକ୍ଷରୁ ଅଧିକ ଲୋକ ପ୍ରାଣ ନେଇସାରିଲାଣି, ପ୍ରତ୍ୟେକ ଦେଶର ବୈଜ୍ଞାନିକମାନେ ଏହାର ଟିକା ତିଆରିରେ ନିୟୋଜିତ ଅଛନ୍ତି ଏବଂ ଦାବି ହେଉଛି ଯେ ଏହାର ଟିକା ଖୁବ ଶୀଘ୍ର ତିଆରି ହେଇଯିବ, କିନ୍ତୁ ନିକଟରେ ଜଣେ ବୈଜ୍ଞାନିକ ଏହି ସାନ୍ତ୍ୱନାମୂଳକ ଖବରକୁ, ନିରାଶ ମୂଳକ ଖବର ଆଡକୁ ବାଢ଼ିଦେଇଛନ୍ତି ବୈଜ୍ଞାନିକଙ୍କ ଅନୁଯାୟୀ ଏହି ମହାମାରୀ ର ଟୀକା ବୋଧେ ତିଆରି ହୋଇପାରିବ ନାହିଁ।
ଆପଣଙ୍କୁ କହି ରଖୁ ଯେ ଜେନ ହାଲଟନ୍ କରୋନା ଟିକା ଆବିଷ୍କାର ପାଇଁ କାର୍ଯ୍ୟ କରୁଥିବା ଅନ୍ତରାଷ୍ଟ୍ରୀୟ ଟିମ (Coalition for Epidemic Preparedness Innovations) ର ନେତୃତ୍ୱ କରୁଛନ୍ତି । ଏହି ଟିମକୁ ବିଲ୍ ଗେଟ୍ସଙ୍କଠାରୁ ପାଣ୍ଠି ମିଳୁଛି| HIVରେ ପ୍ରତ୍ୟେକ ବର୍ଷ ହାରାହାରି 8ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି, ବିଗତ 40 ବର୍ଷରୁ | ଏ ପର୍ଯ୍ୟନ୍ତ ଏଚ୍ଆଇଭିର କୌଣସି ଟିକା ମିଳିନାହିଁ। କରୋନା ଭାଇରସ ଟିକା ଖୋଜୁଥିବା ଦଳର ନେତୃତ୍ୱ ନେଉଥିବା ଅଗ୍ରଣୀ ବୈଜ୍ଞାନିକ ଜେନ ହାଲଟନ ଏହା ବିଷୟରେ କହିଛନ୍ତି ଯେ ବୋଧହୁଏ କରୋନା ଟିକା କେବେବି ମିଳିବ ନାହିଁ। ସେ କହିଛନ୍ତି- ‘ବିଜ୍ଞାନରେ କିଛି ନିର୍ଦ୍ଦିଷ୍ଟ ନୁହେଁ।’ ତଥାପି ଅନେକ ଦେଶରେ କରୋନା ଟିକା ଖୋଜିବା ପାଇଁ ପରୀକ୍ଷା ଚାଲିଛି।
ଜେନ ହାଲଟନ୍ ଏହି ଚେତାବନୀ ଏଇଥି ପାଇଁ ଦେଇଛନ୍ତି ଯେ କରୋନା ବିପକ୍ଷରେ ସମସ୍ତ ଦେଶବାସି କେବଳ ଟିକା ଆଶାରେ ନ ରହିବେ ବୋଲି ବରଂ କରୋନାକୁ ପରାସ୍ତ କରିବାକୁ ପ୍ଲାନ୍ ବି ଉପରେ ମଧ୍ୟ କାମ କରନ୍ତୁ। ଜେନ ଅଷ୍ଟ୍ରେଲିଆର ସବୁଠାରୁ ଅଭିଜ୍ଞ ମହାମାରୀ ବିଶେଷଜ୍ଞ ଭାବରେ ମଧ୍ୟ ଜଣାଶୁଣା | ସେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡରେ ମଧ୍ୟ କାର୍ଯ୍ୟ କରିଛନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଭାର ସଭାପତି ଭାବରେ କାର୍ଯ୍ୟ କରିଛନ୍ତି। ଆମେରିକା, ଚୀନ୍ ସମେତ ଅନେକ ଦେଶରେ ମାନବଙ୍କ ଉପରେ କରୋନା ଟିକା ପରୀକ୍ଷା ଆରମ୍ଭ ହୋଇଛି, କିନ୍ତୁ ଜେନ ହାଲଟନଙ୍କ ଚେତାବନୀ ବର୍ତମାନ ସବୁ ଆଶା କୁ ନିରାଶା କରିଦେଉଛି| ତେବେ ତାଙ୍କର କହିବା କଥା କି ସେ ସମସ୍ତଙ୍କୁ ସତର୍କ କରିବାକୁ ଚାହୁଁଛନ୍ତି କି ଲୋକମାନେ ଅନ୍ୟ ପ୍ଲାନ ଉପରେ ବି କାମ କରନ୍ତୁ ।
ଜେନ ହାଲଟନ୍ ଏହି ଚେତାବନୀ ଏଥି ପାଇଁ ଦେଇଛନ୍ତି କି କରୋନା ବିପକ୍ଷରେ ଲଢେଇ ରେ ସମସ୍ତ ଦେଶ କେବଳ ଟିକା ଆଶାରେ ନ ରୁହନ୍ତୁ, ବରଂ କରୋନାକୁ ପରାସ୍ତ କରିବାକୁ ପ୍ଲାନ୍ ବି ଉପରେ ମଧ୍ୟ କାମ ଆରମ୍ଭ କରିଦିଅନ୍ତୁ । କିନ୍ତୁ ଜେନ ହାଲଟନ୍ କହିଛନ୍ତି ଯେ ଏତେ କମ ସମୟ ମଧ୍ୟରେ କରୋନା ଟିକା ଉତ୍ପାଦନ କରିବା ଅବିଶ୍ୱସନୀୟ ଅଟେ। ସେ କହିଛନ୍ତି ଅବାସ୍ତବ ଆଶା ଦିଆଯାଉଛି । ସେ ଏହା ମଧ୍ୟ କହିଛନ୍ତି ଯେ COVID-19 ବ୍ୟତୀତ ଅନ୍ୟ କରୋନା ଜୀବାଣୁଙ୍କର ଟିକା ବି ଏପର୍ଯ୍ୟନ୍ତ ତିଆରି ହେଇ ନାହିଁ।
The post କରୋନା ଉପରେ କାମ କରୁଥିବା ମୁଖ୍ୟ ବୈଜ୍ଞାନିକ ଦେଲେ ବଡ଼ ଚେତାବନୀ – ବୋଧେ କେବେବି ମିଳିବ ନାହିଁ ଟିକା… appeared first on Odianews24.info.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : http://odianews24.info/karona-upare-kama-karuthiba-kahile/

