ମୁଜାଫରନଗର: ଉତ୍ତରପ୍ରଦେଶରେ କରୋନା ଉପଚାର କରିବା ଆଳରେ କୁନି କୁଳି ବାଳକମାନଙ୍କୁ ଯୌନଶୋଷଣ କରିବା ଅପରାଧରେ ଦୁଇ ଭଣ୍ଡ ବାବାଙ୍କୁ ଗିରଫ କରିଛି ପୁଲିସ। ମୁଜାଫରନଗରରେ ଗୌଡ଼ୀୟ ମଠ ଆଶ୍ରମର ମହନ୍ତ ସ୍ବାମୀ ଭକ୍ତିଭୂଷଣ ମହାରାଜ ଓ ତା’ର ଅନୁଚର ମୋହନ ଦାସକୁ ଗିରଫ କରାଯିବା ସହ ମଠ ମୁଦାଯାଇଛି।
ଶିଶୁ ମଙ୍ଗଳ ଓ ଉନ୍ନୟନ ମନ୍ତ୍ରାଳୟ ଅଧୀନ ଚାଇଲ୍ଡ ଲାଇନ୍କୁ ଏକ ଅଜଣା ଫୋନ୍ କଲ୍ ଆସିବା ପରେ ଘଟଣା ସାମନାକୁ ଆସିଲା। ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶରେ ପୁଲିସ ମଠ ଉପରେ ଚଢ଼ାଉ କରି ୧୦ ଜଣ ନାବାଳକଙ୍କୁ ଉଦ୍ଧାର କରିବା ସହ ଦୁଇ ବାବାଙ୍କୁ ଗିରଫ କରିଥିଲା। ଡାକ୍ତରୀ ମାଇନା ପରେ ୪ ଜଣ ବାଳକ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି। ଦୁଇ ବାବାଙ୍କ ବିରୋଧରେ ପୋକ୍ସୋ ଆଇନ ସହ ଭାରତୀୟ ପିଙ୍ଗଳ କୋଡ୍ ଧାରା ୨୩, ୩୭୭ ଓ ୫୦୪ ଆଧାରରେ ମାମଲା ରୁଜୁ ହୋଇଛି।
ଉଦ୍ଧାର ସମସ୍ତ ଶିଶୁ ତ୍ରିପୁରା ଓ ମିଜୋରାମ୍ ଅଞ୍ଚଳର। ସେମାନଙ୍କର ବୟସ ୧୦ରୁ ୧୪ ବର୍ଷ ଭିତରେ। ସେମାନଙ୍କ ମଧ୍ୟରୁ ୪ ଜଣ ଦୁଷ୍କର୍ମର ଶିକାର ହୋଇଥିବା ଡାକ୍ତରୀ ମାଇନାରୁ ଜଣାପଡ଼ିଛି। ଅନ୍ୟମାନେ ଅତୀତରେ ହୋଇଥିବେ ବା ଭବିଷ୍ୟତରେ ହୋଇଥା’ନ୍ତେ ବୋଲି ପୁଲିସ କହିଛି।
ଚାଇଲ୍ଡ ଲାଇନ୍ କାଉନ୍ସେଏରଭ୍କ ଆଗରେ ନାବାଳକମାନେ ଯେଉଁ ବୟାନ ଦେଇଛି ତାହା ଆଶ୍ରମ ଭିତରେ ଚାଲିଥିବା ଭୟଙ୍କର ଯୌନଅପରାଧର ସୂଚନା ଦେଉଛି।
ଉଦ୍ଧାର ପିଲାଙ୍କ ମଧ୍ୟରୁ ଜଣେ ପୀଡ଼ିତ କହିଛନ୍ତି, ‘ମହାରାଜ ଆମକୁ କରୋନା ଭାଇରସ୍ ଔଷଧ ପିଆଇଦିଅନ୍ତି। ତା’ ପରେ ସେ ଲଙ୍ଗଳା ହୋଇ ଆମ ସହ ତଳେ ଶୁଅନ୍ତି।’ ଅନ୍ୟ ଜଣେ ପୀଡ଼ିତ କହିଛନ୍ତି,
‘ସ୍ବାମୀ ଭକ୍ତିଭୂଷଣ ମହାରାଜ ମୋତେ ଚାକର ଭଳି କଟାଉଥିଲେ। ତାଙ୍କ ପାଇଁ ମୁଁ ମଦ ଆଉ ବିଡ଼ି ଆଣିବାକୁ ବାଧ୍ୟ କରୁଥିଲେ। ଯିଏ ବାବାଙ୍କ ଆଦେଶ ଅମାନ୍ୟ କରୁଥିଲା ତାକୁ ଭୀଷଣ ମାଡ଼ର ଶୀକାର ହେବାକୁ ପଡ଼ୁଥିଲା।’
The post କରୋନା ଉପଚାର ଆଳରେ ଶିଶୁଙ୍କୁ ଦୁଷ୍କର୍ମ, ୨ ବାବା ଗିରଫ appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2020/07/12/two-babas-arrested-in-muzaffarnagar-for-allegedly-raping-minors/?utm_source=rss&utm_medium=rss&utm_campaign=two-babas-arrested-in-muzaffarnagar-for-allegedly-raping-minors

