
ନୂଆଦିଲ୍ଳୀ : ଦେଶରେ ଆଉ ୨୩ଟି ସାନି କୋଭିଡ଼୍-୧୯ ମାମଲା ସାମ୍ନାକୁ ଆସିବା ପରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି। ଏହି ୨୩ଟି ନୂଆ ମାମଲା ମଧ୍ୟରେ ମହାରାଷ୍ଟ୍ରରେ ୧୭ ଜଣ, କେରଳରୁ ୩, ତେଲଙ୍ଗାନାରୁ ୨ ଏବଂ ରାଜସ୍ଥାନରୁ ଜଣେ ବ୍ୟକ୍ତି ଅଛନ୍ତି। ଏପର୍ଯ୍ୟନ୍ତ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି।
ରବିବାର ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ସଞ୍ଜୀବ କୁମାର କହିଛନ୍ତି, ସରକାର କରୋନା ଭୂତାଣୁ ସଂକ୍ରମଣର ପ୍ରଥମ ଓ ଦ୍ୱିତୀୟ ଯାଞ୍ଚ୍କୁ ଭାରତୀୟ ନାଗରିକମାନଙ୍କ ପାଇଁ ନିଃଶୁଳ୍କ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ସଂକ୍ରାନ୍ତରେ ସହାୟତା ପାଇଁ ନୂଆଦିଲ୍ଲୀର ଏମ୍ସ୍ଠାରେ ଏକ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ଖୋଲାଯାଇଛି। ଜନସାଧାରଣ ୯୯୭୧୮୭୬୫୯୧ ନମ୍ବରକୁ ଫୋନ୍ କରି ଏଠାରେ ଉପସ୍ଥିତ ଡାକ୍ତରଙ୍କ ପରାମର୍ଶ ନେଇପାରିବେ।
Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

