କରୋନାଭାଇରସ୍‌ ପ୍ରକୋପ: ଚୀନ୍‌ରେ ମୃତ୍ୟୁସଂଖ୍ୟା ୮୦; ୨୭୦୦ରୁ ଅଧିକ ଆକ୍ରାନ୍ତ

0
Advertisement


ଉହାନ୍‌: ମାରାତ୍ମକ କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ୮୦ ଜଣ ପ୍ରାଣ ହରାଇଥିବା ଓ ୨୭୪୪ ଜଣ ରୋଗାକ୍ରାନ୍ତ ହୋଇଥିବା କଥା ଶନିବାର ଦିନ ଚୀନ୍‌ କହିଛି। କେବଳ ହୁବେଇରେ ୨୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେଠାରେ ୭୬୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୧ଜଣଙ୍କ ଅବସ୍ଥା ସାଙ୍ଘାତିକ ଥିବା କଥା ନ୍ୟାସ୍‌ନାଲ୍‌ ହେଲ୍‌ଥ୍‌ କମିସନ୍‌ କହିଛି। ଦେଶର ମଧ୍ୟସ୍ଥଳରରେ ଥିବା ହୁବେଇକୁ ଚୀନ୍‌ ବନ୍ଦ ରଖିଥିବାରୁ ହୁବେଇର ହଜାର ହଜାର ଲୋକ ପରିବହନ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି।

ଏହି ଭୂତାଣୁର ଦ୍ରୁତ ସମ୍ପ୍ରସାରଣକୁ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଗମ୍ଭୀର ପରିସ୍ଥିତି ବୋଲି କହିଛନ୍ତି।

ଭୂତାଣୁ ସଂକ୍ରମଣ ଦମନ ଲାଗି ‘ଚାନ୍ଦ୍ର ନବ ବର୍ଷ ଅବକାଶ’କୁ ଫେବ୍ରୁଆରି ୨ ତାରିଖ ଯାଏଁ ବଢ଼ାଇ ଦେବାକୁ ଚୀନ୍‌ ସୋମବାର ଦିନ ଘୋଷଣା କରିଛି। ଜାନୁଆରି ୨୪ ତାରିଖରେ ଆରମ୍ଭ ହୋଇଥିବା ଏହି ଛୁଟି ଜାନୁଆରି ୩୦ ତାରିଖରେ ଶେଷ ହୋଇଥାଆନ୍ତା।

Image Source: Yahoo News

ପରବର୍ତ୍ତୀ ବିଜ୍ଞପ୍ତି ନ ମିଳିବା ଯାଏଁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ, ପ୍ରାଥମିକ ଏବଂ ମଧ୍ୟ-ବିଦ୍ୟାଳୟ ଓ କିଣ୍ଡର୍‌ଗାର୍ଟେନ୍‌ ବାସନ୍ତିକ ସେମିଷ୍ଟର୍‌ ଆରମ୍ଭ କରିବେ ନାହିଁ ବୋଲି ସରକାର ନିର୍ଦେଶ ଦେଇଛନ୍ତି।

ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଚୀନ୍‌ରେ ବସବାସ କରୁଥିବା କୌଣସି ଭାରତୀୟ ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନ ଥିବା କଥା ରବିବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here