କରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୨୭୧୫, ବିଶ୍ବବ୍ୟାପୀ ୭୮,୬୦୪ ଆକ୍ରାନ୍ତ

0
Advertisement


ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ୭୮,୬୦୪ରୁ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ୩୦ରୁ ଅଧିକ ଦେଶରେ ଏବେ ଭାଇରସ୍‌ ପହଞ୍ଚି ସାରିଥିବାବେଳେ ଚୀନ୍‌ ବାହାରେ ଦକ୍ଷିଣ କୋରିଆ, ଇରାନ୍‌ ଓ ଇଟାଲିରେ ଭାଇରସ୍ ସର୍ବାଧିକ ଆତଙ୍କ ଖେଳାଇଛି। କରୋନା ଭାଇରସ୍‌ ଯୋଗୁ ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା ୨୭୧୫ ଟପିଛି। ଚୀନ୍‌ ବାଦ୍‌ ଦକ୍ଷିଣ କୋରିଆରେ ୯୭୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ସେଠାରେ ୧୬୯ ଜଣ ନୂଆ କରି ସଂକ୍ରମଣର ଶିକାର ହୋଇଥିବା ସୂଚନା ରହିଛି। ଇରାନ୍‌ରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ପୁଣି ୯୫ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଇଟାଲିରେ ମଧ୍ୟ ଭାଇରସ୍‌ ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୮୦ରୁ ଅଧିକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଛି ଏବଂ ମହାମାରୀ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଇରାକ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଇରାକ୍‌ ଏବେ ୭ ରାଷ୍ଟ୍ରର ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଇଛି। ଇରାନ୍‌ର ଉପସ୍ବାସ୍ଥ୍ୟମନ୍ତ୍ରୀ ଇରାଜ୍‌ ହରିର୍‌ଚି କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚୀନ୍‌ର ସ୍ବାସ୍ଥ୍ୟ କମିସନ ପକ୍ଷରୁ କୁହାଯାଇଛି ଯେ ଗତ ସୋମବାର ରାତି ସୁଦ୍ଧା ଚୀନ୍‌ରେ ପୁଣି ୫୦୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ପୁଣି ୭୦ ଜଣଙ୍କର ମୃତ୍ୟୁ ହୋଇଛି। ଏନ୍‌ଏଚ୍‌ସି ପକ୍ଷରୁ କୁହାଯାଇଛି ଯେ ସୋମବାର ମଧ୍ୟରାତ୍ରି ସୁଦ୍ଧା କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା‌ ୨୭,୩୨୩ ରୋଗୀଙ୍କୁ ହସ୍ପିଟାଲ୍‌ରୁ ଡିସଚାର୍ଜ କରାଯାଇଛି।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here