କରୋନା ପୀଡ଼ିତାଙ୍କୁ ସୁସ୍ଥ କରିବା ପାଇଁ ଡାକ୍ତରଖାନାରେ ଖାଇବାକୁ ଦିଆଯାଉଛି କଇଁଛ ମାଂସ !

0
Advertisement


ନୂଆଦିଲ୍ଲୀ: ଚୀନର ଉହାନ ସହରରେ କରୋନାଭାଇରସ ସଂକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କୁ କଇଁଛ ମାଂସ ଖାଇବାକୁ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି। ଡାକ୍ତରଖାନାର ଆଇସୋଲେସନ୍ ୱାର୍ଡରେ ରଖାଯାଇଥିବା ରୋଗୀଙ୍କୁ ଖାସ୍ କରି ଏହି ମାଂସ ଦିଆଯାଉଛି। ଏହାର ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଡାକ୍ତରଖାନାର ଏଭଳି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ। ପୂର୍ବରୁ ବାଦୁଡ଼ିରୁ ଏହି ଭାଇରସର ଉତ୍ପତ୍ତି ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଏକ ଡାକ୍ତରଖାନରେ କଇଁଛ ମାଂସ ଦିଆଯିବା ଖବରକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ରୋଗୀମାନଙ୍କୁ ସପ୍ଟସେଲ ପ୍ରଜାତିର କଇଁଛ ଖାଇବାକୁ ଦିଆଯାଉଛି। ଏହି ପ୍ରଜାତିର କଇଁଛର ଚର୍ମ ପତଳା ଓ ପୁଷ୍ଟିକର ହୋଇଥିବାରୁ ଏହାକୁ ରୋଗୀମାନଙ୍କୁ ଦିଆଯାଉଛି। ଚୀନରେ ଏହି ପ୍ରଜାତିର କଇଁଛ ଅଧିକ ଦେଖିବାକୁ ମିଳୁଥିବା ବେଳେ ପ୍ରୋଟିନ ଅଧିକ ଥିବ‌ାରୁ ରୋଗୀମାନଙ୍କୁ ରାତି ଖାଦ୍ୟରେ ଏହାକୁ ଦିଆଯାଉଛି। ଚୀନ ମିଡିଆ ଏହି ଭିଡିଓ ସେୟାର କରିବା ପରେ କଇଁଛ ମାଂସ ଦିଆଯିବକୁ ନେଇ ‌ଅନେକ ବିରେ‌ାଧ କରିଛନ୍ତି।

Dainik Bhaskar

ସାରା ବିଶ୍ବର ବୈଜ୍ଞାନିକ କଇଁଛ ମାଂସ ଦେବାକୁ ବିରୋଧ କରୁଥିବା ବେଳେ ଚୀନର ବୈଜ୍ଞାନିକମାନେ ଏହାକୁ ସମର୍ଥନ କରିଛନ୍ତି। ଏମିତି କି ବାଦୁଡ଼ି ପାଇଁ ନୁହେଁ ବରଂ ଭାରତରୁ ଯାଉଥିବା ବଜ୍ରକାପ୍ତାରୁ ଏହି ଭାଇରସର ଉତ୍ପତ୍ତି ହୋଇଥିବା ଦାବି କରିଛନ୍ତି ଚୀନ୍ ବୈଜ୍ଞାନିକ।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here