କଣ ସତରେ ସରକାର ଦେବାନନ୍ଦଙ୍କ କଳା କୋର୍ଟ ପିନ୍ଧିବା ଉପରେ ଲଗାଇଦେଇଥିଲେ ବ୍ୟାନ, ଜାଣନ୍ତୁ କଣ ଅଟେ ସତ

0
Advertisement


ବଲିଉଡ୍ ରେ ୬୦ ରୁ ୭୦ ଦଶକ ମଧ୍ୟରେ ଏମିତି ବହୁତ ଅଭିନେତା ଥିଲେ, ଯେଉଁ ମାନଙ୍କ ଉପରେ ଝିଅମାନେ ଫିଦା ଥିଲେ । ଆଜି ଆପଣଙ୍କୁ ଆମେ ବଲିଉଡ୍ ର ଏମିତି ଏକ ଅଭିନେତାଙ୍କ ବିଷୟରେ କହିବୁ, ଯିଏ ତାଙ୍କର ଅଭିନୟ ଓ ସ୍ମାର୍ଟନେସ୍ ରେ ଲୋକମାନଙ୍କ ମନ ଜିତିଥିଲେ । ସେହି ଅଭିନେତା ଜଣକ ହେଉଛନ୍ତି ଦେବାନନ୍ଦ । ଦେବାନନ୍ଦଙ୍କ ଜନ୍ମ ୧୯୨୩ ମସିହା ସେପ୍ଟେମ୍ବର ୨୬ ତାରିଖରେ ହୋଇଥିଲା । ଦେବାନଦଙ୍କର ପୁରା ନାମ ହେଉଛି ଧରମ ଦେବ ପିଶୋରୀ ଆନନ୍ଦ । ଦେବାନନ୍ଦଙ୍କୁ ପିଲାବେଳରୁ ଅଭିନୟ କରିବାର ଇଛା ଥିଲା । ହେଲେ ଦେବାନନ୍ଦଙ୍କୁ ପ୍ରଥମେ ମିଲିଟ୍ରି ସେଂସର ଅଫିସରେ ଚାକିରି ମିଳିଥିଲା ।


ହେଲେ ନିଜର ସ୍ଵପ୍ନକୁ ପୁରା କରିବା ପାଇଁ ସେ ନିଜ ଚାକିରିକୁ ଛାଡି ଦେଇଥିଲେ । ୧୯୪୬ ମସିହାରେ ‘ହମ ଏକ ହେଂ’ ଫିଲ୍ମରୁ ସେ ନିଜ କ୍ୟାରିୟରର ଆରମ୍ଭ କରିଥିଲେ । ଦେବାନନ୍ଦଙ୍କୁ ବି- ଟାଉନର ସବୁଠାରୁ ସ୍ମାର୍ଟ ଓ ହ୍ୟାଣ୍ଡସମ ଆକ୍ଟର ବୋଲି କୁହାଯାଏ । ଦେବାନନ୍ଦଙ୍କ ଅଭିନୟ ଓ ସ୍ମାର୍ଟନେସ୍ ପାଇଁ ଲକ୍ଷ ଲକ୍ଷ ଝିଅ ତାଙ୍କ ପଛରେ ପାଗଳ ଥିଲେ । ସେହି ସମୟରେ ଦେବାନନ୍ଦ ବହୁତ ଚର୍ଚାରେ ରହୁଥିଲେ । ତାଙ୍କର ପ୍ରଥମ ଫିଲ୍ମ ସୁପର ହିଟ ହୋଇଥିଲା ଓ ଏହି ଫିଲ୍ମ ହିଟ ହେବା ପରେ ତାଙ୍କ ପାଇଁ ବହୁତ ଝିଅ ପାଗଳ ଥିଲେ । ସେହି ସମୟରେ ବହୁତ ଝିଅ ଦେବାନନ୍ଦଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ ।


ଏହାପରେ ଦେବାନଦ ଗୋଟେ ପରେ ଗୋଟେ ସୁପରହିଟ ଫିଲ୍ମ କରିଥିଲେ । ଦେବାନନ୍ଦଙ୍କୁ ସେହି ସମୟରେ ରୋମାଣ୍ଟିକ ଓ ଫ୍ୟାସନ ଆଇକନ ଭାବେ ସମସ୍ତେ ଦେଖୁଥିଲେ । ହେଲେ ଆଜି ମଧ୍ୟ ଦେବାନନ୍ଦଙ୍କର ଏକ କାହାଣୀ ଚର୍ଚାରେ ରହୁଛି । କୁହାଯାଏ କି, ସେହି ସମୟରେ ଯେବେ ବି ଦେବାନନ୍ଦ କଳା କୋର୍ଟ ଓ ଧଳା ସାର୍ଟ ପିନ୍ଧି ଘରୁ ବାହାରୁ ଥିଲେ, ବହୁତ ଝିଅ ତାଙ୍କ ପଛରେ ପାଗଳ ହେଉଥିଲେ । ବହୁତ ଝିଅ ତାଙ୍କୁ କଳା କୋର୍ଟରେ ଦେଖିବା ପରେ ଆତ୍ମହତ୍ୟା କରିଦେଇଥିଲେ । ଏହି ସବୁ ମାମଲାକୁ ଦେଖି ସରକାର ତାଙ୍କର ଏହି କଳା କୋର୍ଟ ପିନ୍ଧିବା ଉପରେ ବ୍ୟାନ ଲଗାଇ ଥିଲେ ।


ଫିଲ୍ମରେ ପଜିଟିଭ ଭୂମିକା ସହ ଦେବାନନ୍ଦ କିଛି ନେଗେଟିଭ ଭୂମିକା ମଧ୍ୟ କରିଥିଲେ । ଫିଲ୍ମ ‘ଟ୍ୟାକ୍ସି ଡ୍ରାଇଭର’ ରେ ଦେବାନନ୍ଦ କଳ୍ପନା କାର୍ତିକଙ୍କ ସହ କାମ କରିଥିଲେ । ଏହି ଫିଲ୍ମ ପରେ ସେମାନଙ୍କ ସମ୍ପର୍କ ନିବିଡ ହୋଇଥିଲା, ଯାହାଫଳରେ ଏହି ଦୁଇଜଣଙ୍କ ବିବାହ ହୋଇଥିଲା । ୧୯୫୬ ମସିହାରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା ଯାହାର ନାମ ସୁନୀଲ ଆନନ୍ଦ ଅଟେ । ୮୮ ବର୍ଷ ବୟସରେ ଦେବାନନ୍ଦ ୨୦୧୧ ମସିହା ଡିସେମ୍ବର ୩ ରେ ମୃତ୍ୟୁ ବରଣ କରିଥିଲେ ।

The post କଣ ସତରେ ସରକାର ଦେବାନନ୍ଦଙ୍କ କଳା କୋର୍ଟ ପିନ୍ଧିବା ଉପରେ ଲଗାଇଦେଇଥିଲେ ବ୍ୟାନ, ଜାଣନ୍ତୁ କଣ ଅଟେ ସତ appeared first on Odia News.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here