ଓଲିଉଡର ଏହି ଚର୍ଚ୍ଚିତା ନାୟିକାମାନେ ୨୦୧୯ରେ ଅନୁପସ୍ଥିତ

0
Advertisement


ଭୁବନେଶ୍ବର: ୨୦୧୯ରେ ଓଲିଉଡର କେତେକ ନାୟିକାଙ୍କ ଫିଲ୍ମ ରିଲିଜ୍ ହେଲା, ଆଉ କେତେକଙ୍କର ଗୋଟିଏ ବି ଓଡ଼ିଆ ସିନେମା ରିଲିଜ୍ ହୋଇ ନାହିଁ। ଆସନ୍ତୁ ଜାଣିବା କେଉଁ ଲୋକପ୍ରିୟ ଓଲିଉଡ ନାୟିକାଙ୍କର ଗୋଟିଏ ହେଲେ ଓଡ଼ିଆ ସିନେମା ରିଲିଜ୍ ହୋଇ ନାହିଁ।
ଅନୁଭା: ଓଲିଉଡର ଚୁଲୁବୁଲି ନାୟିକା ଅନୁଭାଙ୍କର ଏ ବର୍ଷ ଗୋଟିଏ ବି ସିନେମା ମୁକ୍ତିଲାଭ କରିନାହିଁ। ଯଦିଓ ତାଙ୍କର ‘ପରଦେଶୀ ଚଢ଼େଇ’ ରିଲିଜ୍ ଅପେକ୍ଷାରେ ରହିଛି।
ଶିବାନୀ: ଓଲିଉଡର ଚୁଲୁବୁଲି ନାୟିକା ଶିବାନୀଙ୍କର ଏ ବର୍ଷ କୌଣସି ଓଡ଼ିଆ ସିନେମା ରିଲିଜ୍ ହେଲା ନାହିଁ। ଅବଶ୍ୟ ସେ ‘ଅଭିମାନ’ ସିନେମାର ଏକ ଗୀତରେ ନଜର ଆସିଥିଲେ। ତାଙ୍କ ଅଭିନୀତ ‘ଦିଲ ମୋର ମାନେନା’ ଏବଂ ‘ବାବୁ ଭାଇଜାନ୍’ ରିଲିଜ୍ ପାଇଁ ସଜବାଜ ହେଉଛି।
ସନମୀରା:ସପନର ପଥେ ପଥେ, ଲୈଲା ଓ ଲୈଲା ଏବଂ ଲୋକାଲ ଟୋକା ଲଭ୍ ଚୋଖା ଆଦି ସିନେମାର ନାୟିକା ସନମୀରାଙ୍କୁ ୨୦୧୯ରେ କୌଣସି ସିନେମାରେ ଦେଖିବାକୁ ମିଳିଲା ନାହିଁ।
ପ୍ରକୃତି ମିଶ୍ର: ଓଲିଉଡର ଜଣାଶୁଣା ନାୟିକା ପ୍ରକୃତି ମିଶ୍ରଙ୍କୁ ୨୦୧୮ରେ ରାଷ୍ଟ୍ରୀୟ ପୁରସ୍କାର ଲାଭ କରଥିଲା, ମାତ୍ର୨୦୧୯ରେ ତାଙ୍କର କୌଣସି ଓଡ଼ିଆ ସିନେମା ରିଲିଜ୍ ହେଲା ନାହିଁ।
ଜୀନା:-‘ଫେରିଆ ମୋ’ ସୁନା ଭଉଣୀ’ରୁ ଓଲିଉଡରେ ନାୟିକା ଭୂମିକାରେ ନଜର ଆସିଥିବା ଜୀନା ସାମଲ ୨୦୧୯ରେ କୌଣସି ଓଡ଼ିଆ ସିନେମାରେ ନଜର ଆସି ନାହାନ୍ତି ।
ନମ୍ରତା ସିଂହଦେଓ: ‘ଆଖି ଖୋଲିଲେ ତୁ ହି ତୁ’ର ଅନ୍ୟତମ ନାୟିକା ନମ୍ରତା ସିଂହଦେଓଙ୍କର ଦୁଇଟି ସିନେମା ‘ତୋ’ପାଇଁ ଫେରିବି ମୁଁ ବସୁଧା ଚିରି’ ଏବଂ ‘ମନେ ମନେ ମନ ଖୋଜୁଥୁଲା’ ରିଲିଜ୍ ଅପେକ୍ଷାରେ ଥିଲେ ବି ୨୦୧୯ରେ ତାଙ୍କର କୌଣସି ଓଡ଼ିଆ ସିନେମା ରିଲିଜ୍ ହେଲା ନାହିଁ।
ଝାନ୍ସୀ:‘ପ୍ରେମର ନିଶା ନିଆରା ନିଆରା’ ଓ ‘ଗୁଣ୍ଡା’ଭଳି ଫିଲ୍ମରେ ଅଭିନୟ କରିଥିବା ନାୟିକା ଝାନ୍ସୀଙ୍କୁ ବି ଏଥର ଅନୁପସ୍ଥିତ ରହିବାକୁ ପଡ଼ିଛି।
ନିକିତା: ୨୦୧୮ର ବହୁଚର୍ଚ୍ଚିତ ଓଡ଼ିଆ ସିନେମା ‘ଯୋଗୀ’ରେ ନାୟିକା ଭୂମିକା ନିଭାଇଥିଲେ ନିକିତା ମିଶ୍ର। ହେଲେ ୨୦୧୯ରେ ତାଙ୍କର କୌଣସି ସିନେମା ମୁକ୍ତିଲାଭ କରିନାହିଁ।
ସୋନାଲି: ଗତ ବର୍ଷ ଓଡିଆ ସିନେମା ‘ମନର ମାନସୀ’ରେ ନଜର ଆସିଥିବା ସୋନାଲି ଏ ବର୍ଷ ଅନୁପସ୍ଥିତ ତାଲିକାରେ ଅଛନ୍ତି।
ଅନ୍ବେଷା: ଗତ ବର୍ଷ ‘ହତ୍ୟା’ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିବା ନାୟିକା ଅନ୍ବେଷାଙ୍କୁ ବି ଏଥର ଅନୁପସ୍ଥିତ ରହିବାକୁ ପଡ଼ିଛି।
ପୁନମ ମିଶ୍ର: ‘ବାଇଶି ପାହାଚେ ଖେଳୁଚି ମୀନ’ , ‘ଲଭ୍ ମାଷ୍ଟର’ ଏବଂ ‘ରକଷ୍ଟାର୍’ ଭଳି ସିନେମାର ନାୟିକା ପୁନମ ମିଶ୍ରଙ୍କୁ ଏବର୍ଷ ବଡ଼ ପରଦାରେ ଦେଖିବାକୁ ମିଳିନାହିଁ।
ଲିପ୍ସା: ଏବର୍ଷ ଲିପ୍ସା ମିଶ୍ରଙ୍କୁ ବଡ଼ ପରଦାରେ ନାୟିକାଭାବେ ଦେଖିବାକୁ ମିଳିନାହିଁ।
ସସ୍ମିତା: ‘ହାପିଲକି’ ଫେମ୍ ସସ୍ମିତାଙ୍କର ଏବର୍ଷ କୌଣସି ସିନେମା ମୁକ୍ତିଲାଭ କରିନାହିଁ।
ଜୟା: ଗତ ବର୍ଷ ‘ଲଭ୍ ପ୍ରମିଜ୍’ ସିନେମାରେ ନାୟିକା ଭୂମିକା ନିଭାଇଥିବା ଜୟା ଏ ବର୍ଷ ଅନୁପସ୍ଥିତ ରହିଛନ୍ତି।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here