ଏନକାଉଣ୍ଟର: ଜଣେ ଆତଙ୍କୀ ନିହତ, ଯବାନ ଶହୀଦ

0
ଏନକାଉଣ୍ଟର: ଜଣେ ଆତଙ୍କୀ ନିହତ, ଯବାନ ଶହୀଦ
Advertisement

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି। ଅନ୍ୟପଟେ ଜଣେ ଯବାନ ଏଥିରେ ଶହୀଦ ହୋଇଛନ୍ତି। ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ପୁଲୱାମା ଜିଲା ଅନ୍ତର୍ଗତ କମରାଜୀପୋରାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଯବାନମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରିଯାଇ ସର୍ଚ୍ଚ ଅପରେଶନକୁ ଜୋରଦାର କରିଥିଲେ। ଚାରିପଟୁ ବନ୍ଦୀ ହୋଇଯିବା ଜାଣି ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚଳାଇଥିଲେ। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ଗୁଳିବିନିମୟ ସମୟରେ ଜଣେ ଯବାନ ଶହୀଦ ହୋଇଥିଲେ। ଘଟଣାସ୍ଥଳରୁ ଏକ ଏକେ-୪୭, ଗ୍ରେନେଡ୍‌ ଜବତ ହୋଇଛି।

The post ଏନକାଉଣ୍ଟର: ଜଣେ ଆତଙ୍କୀ ନିହତ, ଯବାନ ଶହୀଦ appeared first on Odisha Link.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : //www.odishalink.com/2020/08/12/one-terrorist-killed-in-encounter-in-pulwama/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here