ଏନଆଇଏନଏଲରୁ ପୁଞ୍ଜି ପ୍ରତ୍ୟାହାରକୁ କେନ୍ଦ୍ର କ୍ୟାବିନେଟର ସବୁଜ ସଂକେତ

0
Advertisement


ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାରଦିନ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ଓଡ଼ିଶାର କଳିଙ୍ଗନଗରରେ ଥିବା ନିଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ)ରେ ଥିବା କେନ୍ଦ୍ର ସରକାରୀ ଉଦ୍ୟୋଗମାନଙ୍କ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି । ଏସବୁ ଉଦ୍ୟୋଗ ହେଲେ ଏମଏମଟିସି, ଭେଲ୍‌, ଏନଏମଡିସି ଓ ମେକନ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଗତ କିଛି ବର୍ଷ ଧରି କ୍ଷତିରେ ଚାଲୁଥିବା ଏନଆଇଏନଏଲ ହେଉଛି ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ୟୋଗ । ଏଥିରେ ଓଡ଼ିଶା ସରକାରଙ୍କ କମ୍ପାନି ଇପିକଲ ଓ ଓଏମସିର ମଧ୍ୟ ଅଂଶଧନ ରହିଛି ।

ଅନ୍ୟପକ୍ଷରେ କେନ୍ଦ୍ର କ୍ୟାବିନେଟ ଖଣିଜ ଆଇନ( ସଂଶୋଧନ) ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛି । ଏହି ଅଧ୍ୟାଦେଶ ମାଧ୍ୟମରେ ଏମଏମଡ଼ିଆର ଆଇନ ୧୯୫୭ ଓ କୋଲ ମାଇନ୍ସ ଆଇନ ୨୦୧୫ରେ ସଂଶୋଧନ କରାଯିବ । ସଂଶୋଧିତ ନିୟମରେ ଏଣ୍ଡ ୟୁଜର ସର୍ତ୍ତକୁ ଉଠାଇଦିଆଯିବ । ଏହି ସର୍ତ୍ତ ଉଠିଯିବା ପରେ କୋଇଲା ବ୍ଲକ ପାଇଥିବା କମ୍ପାନିମାନେ ଖୋଲା ବଜାରରେ କୋଇଲା ବିକ୍ରି କରିପାରିବେ । ଏହା ଫଳରେ ବାଣିଜ୍ୟିକ ଭିତ୍ତିରେ କୋଇଲା ଖଣି ଖନନକୁ ପ୍ରେତ୍ସାହନ ମିଳିପାରିବ । ସେହିପରି ଦେଶର କୋଇଲା ଖଣି କ୍ଷେତ୍ରରେ ବିଦେଶୀ ପୁଞ୍ଜି ଆକୃଷ୍ଟି କରିବାକୁ ମଧ୍ୟ ସରକାର କେତେକ ନିଷ୍ପତ୍ତି ନେଇଛନ୍ତି ।

ଏହି ଅଧ୍ୟାଦେଶ ସଂପର୍କରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହା ଦ୍ୱାରା ଓଡ଼ିଶା ପରି ରାଜ୍ୟମାନଙ୍କ ରାଜସ୍ୱ ବୃଦ୍ଧି ପାଇବ ।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here