ଏଥର ଆଇଟମ୍ ଗର୍ଲ ରାନୀ ପଣ୍ଡାଙ୍କୁ ଖଣ୍ଡଗିରି ଯାତ୍ରାମଞ୍ଚ ମନା: କହିଲେ, ମୋ ବିରୋଧରେ ଏହା ଏକ ଷଡଯନ୍ତ୍ର

0
Advertisement


ଭୁବନେଶ୍ବର: ଆସନ୍ତା ୫ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ମେଳା । ଗତବର୍ଷ ଖଣ୍ଡଗିରି ମେଳାରେ ବିବାଦୀୟ ଆଇଟମ୍ ନୃତ୍ୟ ପରିବେଷଣ କରି ଚର୍ଚ୍ଚାକୁ ଆସିଥିବା ରାନୀ ପଣ୍ଡାଙ୍କୁ ଏଥର ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବନି । ୧୦ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ମହୋତ୍ସବରେ ଦେଖିବାକୁ ମିଳିବନି ରାନୀ ପଣ୍ଡାଙ୍କ ନୃତ୍ୟ।

ଏପରିିକି ସଚିଦାନନ୍ଦ ଗଣନାଟ୍ୟର ଯାତ୍ରା ବି ଦର୍ଶକ ଦେଖିବାକୁ ପାଇବେ ନାହିଁ । ଗତ ବର୍ଷ ଖଣ୍ଡଗିରି ଯାତ୍ରାରେ ରେକର୍ଡ ଡ୍ୟାନ୍ସରେ ଆଇଟମ ଗାର୍ଲ ରାନୀ ପଣ୍ଡାଙ୍କ ଅଶ୍ଳୀନ ନୃତୀ ସମସ୍ତ ସୀମା ଟପିଥିଲା, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଆଉ ଏହି ବିବାଦ ଯୋଗୁଁ  ଚଳିତ ବର୍ଷ ରାନୀଙ୍କୁ ଖଣ୍ଡଗିରି ମେଳାରୁ ବାସନ୍ଦ କରାଯାଇଛି । ତେବେ ରାନୀ କହିଛନ୍ତି ସେ ଯେଉଁଠି ନାଚିବେ ସେଠି ଖଣ୍ଡଗିରି ମେଳା ହେବ । ଏହା ସହ ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର । ସେ ନାଚିଲେ ଅନ୍ୟମାନଙ୍କ ବେପାର ବୁଡ଼ିଯିବ ବୋଲି ଷଡ଼ଯନ୍ତ୍ର କରି ମୋତେ ମେଳାରୁ ବାସନ୍ଦ କରାଯାଇଛି ବୋଲି ଖୋଲାଖୋଲି କହିଛନ୍ତି ରାନୀ ।

ରାନୀ ଆହୁରି ମଧ୍ୟ କହିଛନ୍ତି, ମୁଁ କେବଳ ଖଣ୍ଡଗିରି ମେଳାରେ ନାଚିଲେ ଲୋକମାନେ ମୋତେ ଦେଖିବେ ତାହା ଭାବିବା ସମ୍ପୂର୍ଣ୍ଣ ଭୁଲ । ମୋ ପାଇଁ ଏକ ଯାତ୍ରା ଅନୁଷ୍ଠାନକୁ ବାରଣ କରିବା ନିଶ୍ଚିତ ନିନ୍ଦନୀୟ  । ଏହା ଦ୍ୱାରା କୌଣସି କଳାକାରର ପ୍ରତିଭା ଲୁକାୟିତ ହେବନାହିଁ ବରଂ ସେ ଅଧିକ ଉତ୍ସାହିତ ହେବ । ଦୁଃଖ ଲାଗୁଛି ଅନ୍ୟ ଯାତ୍ରା ପାର୍ଟିରେ ମୋ ଠାରୁ ଅଧିକ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଥିଲେ ମଧ୍ୟ ସେମାନଙ୍କୁ ପ୍ରଶାସନ ପ୍ରୋତ୍ସାହିତ କରୁଛି।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here