ଏକ ଛୋଟ ସହରର ମଡେଲ କିପରି ହେଲେ ଆମେରିକାର ପ୍ରଥମ ମହିଳା

0
Advertisement


ସମାଜ ପୋର୍ଟାଲ ଡେସ୍କ(ବୈଜୟନ୍ତି ନାୟକ): ବିଶ୍ବର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିୟା ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେମାନଙ୍କ ଏହି ଗସ୍ତ ଉପରେ ସାରା ବିଶ୍ବର ନଜର ରହିଛି। ଏକଥା ବହୁତ୍ ଲୋକ ଜାଣିଛନ୍ତି ଯେ, ଆମେରିକାର ପ୍ରଥମ ମହିଳା ମେଲାନିୟା ପେଷାରେ ଜଣେ ମେଡଲ ଥିଲେ। ମଡେଲରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ପ୍ରଥମ ମହିଳା ହେବା ପଛରେ କିପରି ରହିଥିଲା ମେଲାନିୟାଙ୍କ ସଂଘର୍ଷ ଆସନ୍ତୁ ଜାଣିବା….

ମେଲାନିୟା ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ତୃତୀୟ ପତ୍ନୀ। ୧୯୭୦ରେ ସ୍ଲେବେନିୟାରେ ତାଙ୍କର ଜନ୍ମ ହୋଇଥିଲା। ସେ ୧୬ ବର୍ଷ ବୟସରେ ମେଡଲିଂ ଭାବେ କ୍ୟାରିୟର ଆରମ୍ଭ କରିଥିଲେ।

୧୯୯୮ରେ ନ୍ୟୁୟର୍କର ଏକ ଫ୍ୟାଶନ ୱିକ ପାର୍ଟିରେ ଟ୍ରମ୍ପଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେତେବେଳେ ଟ୍ରମ୍ପ ରାଜନୀତି​‌ରେ ନ ଥିଲେ। ରିୟଲ-ଇଷ୍ଟେଟ୍ ର ମୋଗଲ ଭାବେ ଟ୍ରମ୍ପ ଜଣାଶୁଣା ଥିଲେ। ସେତେବେଳେ ଟ୍ରମ୍ପ ଦୁଇ ଥର ବିବାହ କରିସାରିଥିଲେ ଏବଂ ଦ୍ବିତୀୟ ପତ୍ନୀଙ୍କ ଠାରୁ ଛାଡପତ୍ର ନେବାକୁ ଯାଉଥିଲେ। ସେତେବେଳେ ଟ୍ରମ୍ପଙ୍କୁ ୫୨ ବର୍ଷ ବୟସ ହୋଇଥିବା ବେଳେ ମେଲାନିୟା ଥିଲେ ୨୮ ବର୍ଷିୟ ଯୁବତୀ।

ସେହି ଭେଟ ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା। କିଛି ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ୨୦୦୪ରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧ ସମୟରେ ଟ୍ରମ୍ପ କହିଥିଲେ ଯେ, ତାଙ୍କ ସଫଳତା ପଛରେ ମେଲାନିୟାଙ୍କ ହାତ ରହିଛି। ରିପୋର୍ଟ ଅନୁଯାୟୀ, ୧.୫ ମିଲିୟନ ଡଲାରର ଏକ ହୀରା ମୁଦି ପିନ୍ଧାଇ ଟ୍ରମ୍ପ ମେଲାନିୟାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ସେସମୟରେ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା।

ଏହାର ଏକ ବର୍ଷ ପରେ ୨୦୦୫ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୨୦୦୬ରେ ମେଲାନିୟାଙ୍କୁ ଆମେରିକାର ନାଗରିକତା ମିଳିଥିଲା ଏବଂ ସେ ଏକ ଶିଶୁପତ୍ର ଜନ୍ମ ଦେଇଥିଲେ। ୨୦୧୬ରେ ଟ୍ରମ୍ପ ଆମେରିକାର ୪୫ତମ ରାଷ୍ଟ୍ରପତି ହୋଇଥିଲେ। ଏହା ସହ ମେଲାନିୟାଙ୍କୁ ଆମେରିକାର ପ୍ରଥମ ମହିଳା ଭାବେ ପରିଚୟ ମିଳିଥିଲା।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here