ନୂଆଦିଲ୍ଲୀ: ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି।
ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ବିଶ୍ବର ୪୨ ଲକ୍ଷରୁ ଅଧିକ ଲୋକ କୋରୋନା ସଂକ୍ରମିତ ହୋଇସାରିଲେଣି। କୋରୋନା ପାଇଁ କୋଟି କୋଟି ଜୀବନ ବିପଦ ମୁହଁରେ ଠିଆ ହୋଇଛି। ହେଲେ ଆତ୍ମନିର୍ଭରଶୀଳ ଭାରତ ସଂକଟକୁ ସୁଯୋଗରେ ବଦଳାଇ ଦେଇଛି।
ସେ ଆହୁରି କହିଛନ୍ତି ଯେ, ଆମେ ଆଗରୁ କେବେ ଏଭଳି ସ୍ଥିତି ଦେଖି ନଥିଲୁ କି ଶୁଣି ନଥିଲୁ। ଗୋଟିଏ ଭାଇରସ ସାରା ଦୁନିଆକୁ ଅସ୍ତବ୍ୟସ୍ତ କରିଦେଇଛି । କିନ୍ତୁ ଆମେ ହାରିବାନି, ଭାଙ୍ଗିବାନି, ପଛେଇ ଯିବାନି। ଆମକୁ ବଞ୍ଚିବାକୁ ପଡିବ, ଆଗକୁ ବଢିବାକୁ ପଡିବ।
The post ଆମେ ବଞ୍ଚିବା, ଆଗକୁ ବଢ଼ିବା: ମୋଦି appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2020/05/12/pm-modi-address-to-nation/?utm_source=rss&utm_medium=rss&utm_campaign=pm-modi-address-to-nation

