ଆଫଗାନିସ୍ତାନରେ ବିମାନ ଆକ୍ରମଣ: ଜଣେ ଶିଶୁଙ୍କ ସମେତ ୮ ସାଧାରଣ ନାଗରିକଙ୍କ ମୃତ୍ୟୁ

0
Advertisement


କାବୁଲ,୧୫।୨: ଆଫାଗାନିସ୍ତାନର ପୂର୍ବାଞ୍ଚଳରେ ଥିବା ନଙ୍ଗାହାରରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ବିମାନ ଆକ୍ରମଣରେ ଜଣେ ଶିଶୁଙ୍କ ସମେତ ୮ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ, ଏହା ସୁରଖ ରୋଡ ଜିଲାର କରକ ଗାଁରେ କରାଯାଇଛି। ସ୍ଥାନୀୟ ବଜାରରୁ କିଣାକିଣି କରି ଏମାନେ ଗାଁକୁ ଫେରୁଥିବା ସମୟରେ ବିମାନ ଆକ୍ରମଣରେ ଉକ୍ତ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୫ଟି ବିମାନ ଆକ୍ରମଣ ହୋଇଛି। ସେଥିମଧ୍ୟରୁ ଗୋଟିଏ ନଙ୍ଗାହାରରର ଶେରଜାଦ ଜିଲାରେ କରାଯାଇଛି।

The post ଆଫଗାନିସ୍ତାନରେ ବିମାନ ଆକ୍ରମଣ: ଜଣେ ଶିଶୁଙ୍କ ସମେତ ୮ ସାଧାରଣ ନାଗରିକଙ୍କ ମୃତ୍ୟୁ appeared first on Dharitri Odia News.



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here