ଆପ୍‌ ନିର୍ବାଚନୀ ଇସ୍ତାହାରରେ ଜନ ଲୋକପାଳ, ପୂର୍ଣ୍ଣ ରାଜ୍ୟ ମାନ୍ୟତା

0
Advertisement


ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବା‌ଚନ ପାଇଁ ଆପ୍‌ ଆଜି ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ନିର୍ବାଚନୀ ଇସ୍ତାହାରରେ ଆପ୍‌ ଶିକ୍ଷା ଉପରେ ବିଶେଷ ଗୁରୁତ୍ବାରୋପ କରିଛି। ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଏବଂ ଜନ ଲୋକପାଳ ପ୍ରତିଶ୍ରୁତି ଦେଇଛି ଆପ୍‌। ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଦ୍ବାରା ଆପ୍‌ର ୨୮ ସୂତ୍ରୀ ଗ୍ୟାରେଣ୍ଟି କାର୍ଡ ପ୍ରକାଶ କରାଯାଇଛି। ପ୍ରତି ଘରେ ସଉଦା ପହଞ୍ଚାଇବା, ୧୦ ଲକ୍ଷ ବରିଷ୍ଠ ନାଗରିକଙ୍କୁ ମାଗଣା ତୀର୍ଥଯାତ୍ରା, କାର୍ଯ୍ୟରତ ଥିବା ସମୟରେ ଯଦି କୌଣସି ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୁଏ ତାଙ୍କ ପରିବାର ସଦସ୍ୟଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ,ପ୍ରତ୍ୟେକ ପରିବାରକୁ ସମୃଦ୍ଧ କରିବା ଏବଂ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାପାଇଁ ଆପ୍‌ ଏହାର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛି। ଦିଲ୍ଲୀ ଜନ ଲୋକପାଳ ବିଲ୍‌ ପାସ୍‌ ପାଇଁ ଆପ୍‌ ପ୍ରତିଶ୍ରୁତି ଦେଇଛି । ଜାତୀୟ ରାଜଧାନୀରେ ୨୪ ଘଣ୍ଟା ବିଦ୍ୟୁତ୍‌, ସ୍ବଚ୍ଛ ପାନୀୟ ଜଳ, ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଆପ୍‌ ପ୍ରତିଶ୍ରୁତି ଦେଇଛି। ଆସନ୍ତା ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବା‌ଚନ ଥିବାବେଳେ ୧୧ ତାରିଖରେ ଫଳାଫଳ ଆସିବ।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here