ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଓ ଆଇନ ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ଅସମ୍ଭବକୁ ସମ୍ଭବ କରିବାର ବ୍ୟକ୍ତିତ୍ୱ ଥିଲେ ବୋଲି ନୂଆଦିଲ୍ଲୀ ଠାରେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସ୍ୱର୍ଗତ ଜେଟଲୀ ଅନେକଙ୍କ ପାଇଁ ଜଣେ ଭଲ ବନ୍ଧୁ, ପଥପ୍ରଦର୍ଶକ ଏବଂ ଭଲ ଅଭିଭାବକ ଥିଲେ । ତାଙ୍କର ଶୂନ୍ୟସ୍ଥାନ କେହି ପୂରଣ କରିପାରିବେ ନାହିଁ । ସ୍ୱାଧୀନତାର ଭାରତରେ ତାଙ୍କ ଦ୍ୱାରା ଅଣାଯାଇଥିବା ବଡ଼ ବଡ଼ ସଂସ୍କାର କାରଣରୁ ସେ ଚିରସ୍ମରଣୀୟ ହୋଇରହିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସ୍ୱର୍ଗତ ଅରୁଣ ଜେଟଲୀ ଓଡ଼ିଶାର ଜଣେ ବନ୍ଧୁ ଥିଲେ। ସେ ଓଡ଼ିଆ ଜାତିକୁ ଠିକ୍ ଭାବେ ଜାଣିଥିଲେ। ସର୍ବଦା କୁହନ୍ତି ଓଡ଼ିଆ ଜାତି ଏକ ବୁଦ୍ଧିଜୀବୀ ଲୋକଙ୍କର ଜାତି। ଡାକ୍ତର, ଓକିଲ, ପ୍ରଫେସର, ବିଚାରକ ହେବା ଓଡ଼ିଆ ଜାତିର ଗୁଣ। ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ସମୟରେ ତାଙ୍କ ଅନୁରୋଧ କ୍ରମେ ଅରୁଣ ଜେଟଲୀ ଭାରତ ସରକାରଙ୍କ ତରଫରୁ ବଜେଟରେ ଅର୍ଥ ବ୍ୟବସ୍ଥା କରିଥିଲେ। ନବକଳେବର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଏକ ସ୍ମାରକୀ ମୁଦ୍ରା ପ୍ରଚଳନ କରିବା ପାଇଁ ସେ ତତ୍କ୍ଷଣାତ୍ ଅନୁମତି ଦେଇଥିଲେ। ଓଡ଼ିଆ ଲୋକ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଅପାର ଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତିକୁ ଭାରତ ସରକାରଙ୍କ ସ୍ୱୀକୃତି ସହ ବଜେଟ୍ ପ୍ରସ୍ତାବର ଶବ୍ଦ ସଂଯୋଜନା ଅରୁଣ ଜେଟଲୀ କରିଥିଲେ ବୋଲି ସେ କହିଛନ୍ତି ।
The post ଅସମ୍ଭବକୁ ସମ୍ଭବ କରିବାର ବ୍ୟକ୍ତିତ୍ୱ ଥିଲେ ଅରୁଣ : ଧର୍ମେନ୍ଦ୍ର appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : //www.odishalink.com/2020/08/24/arun-was-the-person-who-made-the-impossible-possible/

