ପାଟନା: ଜୁନ୍ ୧୪ ତାରିଖରେ ବଲିଉଡର ଜଣାଶୁଣା ହିରୋ ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତ ହୋଇଥିଲା। ଏହାରି ମଧ୍ୟରେ ୧୫ ଦିନ ବିତିଗଲାଣି। ଏସବୁ ମଧ୍ୟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ନିଜ ଫେସବୁକ୍ ଆକାଉଣ୍ଟରେ ଘରେ ପ୍ରାର୍ଥନା କରୁଥିବା ସମସ୍ତଙ୍କ ଫଟୋ ସେୟାର କରିଛନ୍ତି। ସୁଶାନ୍ତଙ୍କ ଭଉଣୀ ମଧ୍ୟ ତାଙ୍କୁ ଅନ୍ତିମ ବିଦାୟ ଦେବା ସହ ତାଙ୍କ ଫ୍ୟାନ୍ସମାନଙ୍କୁ ଏକ ଅଶ୍ରୁଳ ବାର୍ତ୍ତା ଦେଇଛନ୍ତି। ସୁଶାନ୍ତଙ୍କ ଭଉଣୀ କିର୍ତ୍ତୀଙ୍କ ଏହି ବାର୍ତ୍ତା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।
ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଲେଖିଛନ୍ତି ଯେ, ‘ମୋର ସାନଭାଇକୁ ପ୍ରେମପୂର୍ଣ୍ଣ ଅଶ୍ରୁଳ ବିଦାୟ। ଆଶାକରେ ତୁମେ ଯେଉଁଠାରେ ଥାଅ ତୁମେ ସବୁବେଳେ ଖୁସିରେ ରହିବ … ଆମେ ସବୁଦିନ ପାଇଁ ତୁମକୁ ଏମିତି ଭଲ ପାଉଥିବୁ।’
ସୁଶାନ୍ତ ସିଂ ରାଜପୁତ ୧୪ ଜୁନ୍ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଘରେ ମୃତ୍ୟୁ ବରଣ କରିଥିଲେ। ତାଙ୍କୁ ୩୪ ବର୍ଷ ହୋଇଥିଲା। ପୁଲିସ୍ କହିଛି ଯେ, ପୋଷ୍ଟ ମର୍ଟମ ରିପୋର୍ଟରେ ଫାଶୀ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଲିସ ସୁଶାନ୍ତଙ୍କ ପରିବାର ଏବଂ ସାଙ୍ଗମାନେ ମଧ୍ୟ ପଚରାଉଚରା କରୁଛି।
ସୂଚନାଥାଉ କି, ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ‘ଦିଲ ବେଚାରା’ ଜୁଲାଇ ୨୪ ରେ ଓଟିଟି ପ୍ଲାଟଫର୍ମ ଡିଜନି ହଟଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି। ବଲିଉଡ ଅଭିନେତା ନାନା ପାଟେକର ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ।
The post ଅଶ୍ରୁଳ ବାର୍ତ୍ତା ଦେଲେ ସୁଶାନ୍ତଙ୍କ ଭଉଣୀ appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2020/06/30/sushant-singh-rajputs-sister-shares-pic-of-final-send-off-to-actor-from-family/?utm_source=rss&utm_medium=rss&utm_campaign=sushant-singh-rajputs-sister-shares-pic-of-final-send-off-to-actor-from-family

