ଅକଲାଣ୍ଡ : ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି

0
Advertisement


ଅକଲାଣ୍ଡ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଅକଲାଣ୍ଡର ଇଡେନ ପାର୍କରେ ଦ୍ୱିତୀୟ ଦିନିକିଆ ଆରମ୍ଭ ହୋଇଯାଇଛି। ଭାରତ ଏହି ମ୍ୟାଚ ଜିତି ସିରିଜକୁ ଫେରିବା ଲକ୍ଷରେ ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଘରୋଇ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ,  ୪୦  ଓଭରର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୭ ୱିକେଟ ହରାଇ ୧୮୯ ରନ ସଂଗ୍ରହ କରିଛି। ସର୍ଦୁଲ ଠାକୁର ଓ ଚହଲ ୨ଟି ଓ  ନବଦୀପ ସାଇନି ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଛନ୍ତି। ମାର୍ଟିନ ଗୁପତିଲ (୭୯), ଟମ ବ୍ଲଣ୍ଡେଲ (୨୨), ହେନେରୀ ନିକୋଲ୍ସ (୪୧), ଟମ ଲାଥମ ( ୭୦), ଜିମ୍ମୀ ନୀଶମ ( ୩), କଲିନ ଡି ଗ୍ରାଣ୍ଡ ହୋମ ( ୫) ଓ ମାର୍କ ଚାପମ୍ୟାନ ( ୧ ) ରନ କରି ଆଉଟ ହୋଇଥିବାବେଳେ ରସ ଟେଲର ଓ ଟିମ ସାଉଦିଙ୍କ ବ୍ୟାଟିଂ ଜାରି ରହିଛି।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here